ସ୍ୱଚ୍ଛତା
ସ୍ୱଚ୍ଛତା ହେଉଛି ଭରସା ଓ ବିଶ୍ୱସନୀୟତାର ଚାବିକାଠି। ଏହି Akshaya Patra ପ୍ରତିଷ୍ଠାନ ଏହାର ସମସ୍ତ କାର୍ଯ୍ୟକଳାପରେ ସ୍ୱଚ୍ଛତାରେ ବିଶ୍ୱାସ କରେ। ଏହି ନୀତିକୁ ଦୃଷ୍ଟିରେ ରଖି ଆମେ ଆନ୍ତର୍ଜାତୀୟ ଆର୍ଥିକ ରିପୋଟିଂ ମାନାଙ୍କ (ଆଇଏଫ୍ଆରଏସ(IFRS)) ସହିତ ସୁସଙ୍ଗତି ରକ୍ଷା କରୁଅଛୁ । ଏହି ଆଇଏଫ୍ଆରଏସ ରିପୋର୍ଟିଂ 2008-09ରେ ଗ୍ରହଣ କରାଯାଇଥିଲାଏବଂ ଏହା ଅନୁଷ୍ଠାନର ଅଂଶୀଦାରମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ଯଥେଷ୍ଟ ସହାୟକ ହୋଇଥିଲା।
ଆମେ ମଧ୍ୟ ଇନଷ୍ଟିଚ୍ୟୁଟ ଅଫ୍ ଚାଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍ ଇଣ୍ଡିଆ (ଆଇସିଏଆଇ(ICAI)) ଦ୍ୱାରା ଜାରୀ କରାଯାଇଥିବା ଇଣ୍ଡିଆନ ଆକାଉଣ୍ଟିଂ ଷ୍ଟାଣ୍ଡାର୍ଡସ ସହିତ ସୁସଙ୍ଗଗତି ରକ୍ଷା କରୁଅଛୁା ଏହି ଅନୁଷ୍ଠାନ ଉପସ୍ଥାପନର ଗୁଣାତ୍ମକ ମାନ ବର୍ଦ୍ଧନ କରିବା ପାଇଁ ନୂତନ ଆକାଉଣ୍ଟିଂ ଏବଂ ଆର୍ଥିକ ରିପୋର୍ଟିଂର ମାନାଙ୍କଗୁଡିକ ଗ୍ରହଣ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଜାରୀ ରଖିଛି। ପ୍ରତି ଆର୍ଥିକ ବର୍ଷ ଶେଷରେ ଏହି ଅନୁଷ୍ଠାନ ବାର୍ଷିକ ରିପୋର୍ଟ ଏବଂ ଆର୍ଥିକ ଅଡିଟ ଓ ଷ୍ଟେଟମେଣ୍ଟ ପ୍ରକାଶିତ କରିଥାଏ ଓ ଏହାକୁ ସମସ୍ତ ଅଂଶୀଦାରଙ୍କ ପାଇଁ ଉପଲବ୍ଧ କରାଇଥାଏ।
ସ୍ୱଚ୍ଛତା ଉପରେ କ୍ରମାଗତ ଏବଂ କଡାକଡି ଭାବରେ ଧ୍ୟାନ ଦେବା ଫଳରେ ବହୁଳ ପ୍ରଶଂସା ଓ ପରିଚିତ ଲାଭ ହୋଇଛି। ଯେପରିକି:
-
କ୍ରମାଗତ ଭାବରେ ପାଞ୍ଚ ବର୍ଷ ଧରି “ଫାଇନାସିଆଲ ରିପୋର୍ଟିଂରେ ଉତ୍କର୍ଷତା” ପାଇଁ ଆଇସିଏଆଇ ଗୋଲ୍ଡ ସିଲଡ ଆୱାଡ, ଯାହାକି ଆଇସିଏଆଇ ହଲ୍ ଅଫ୍ ଫ୍ରେମରେ ଏହି ପ୍ରତିଷ୍ଠାନର ପ୍ରବେଶର ପ୍ରାରମ୍ଭ କରିଥିଲା
-
ସାଉଥ ଏସିଆନ ଫେଡେରେସନ ଅଫ୍ ଆକାଉଣ୍ଟାଣ୍ଟସ (ଏସଏଏଫ୍ଏ)(SAFA) ଗୋଲ୍ଡ ଆୱାର୍ଡ 2011-12
-
ତିନିବର୍ଷ ଧରି ଏନଜିଓ ବର୍ଗରେ ଅପ୍ରତିମ ବାର୍ଷିକ ରିପୋର୍ଟ ପାଇଁ ସିଏସଓ ପାର୍ଟନର ଆୱାର୍ଡ
-
କ୍ରମାଗତ ଭାବରେ ଦୁଇବର୍ଷ ଧରି ଲିଗ୍ ଅଫ୍ ଆମେରିକାନ କମ୍ୟୁନିକେସନ ପ୍ରଫେସନାଲ୍ସ (ଏଲଏସିପି) ଭିଜନ ଆୱାର୍ଡରେ ଗୋଲ୍ଡ ଆୱାର୍ଡ
ସୁପରିଚାଳନା ଦର୍ଶନ ଓ ସ୍ୱଚ୍ଛତା ନୀତି ସହିତ ସୁସଙ୍ଗତି ରକ୍ଷା କରିବା ସହ ଏହି ଅନୁଷ୍ଠାନ ଆର୍ଥିକ ବର୍ଷ 2013-14ପାଇଁ ଏହାର ବାର୍ଷିକ ରିପୋର୍ଟ ପ୍ରକାଶ କରିଅଛି। ଦୟାକରି ବାର୍ଷିକ ରିପୋର୍ଟ 2013-14ର ଅନଲାଇନ ସଂସ୍କରଣ ଆକ୍ସେସ କରନ୍ତୁ|
The Akshaya Patra Foundation © 2015 Website Designed & Maintenance By Creative Yogi
