କେନ୍ଦ୍ରୀଭୂତ ରୋଷେଇଘରଗୁଡିକ
Akshaya Patra ର କେନ୍ଦ୍ରୀଭୂତ ରୋଷେଇଘରଗୁଡିକର ବହୁ ପରିମାଣ ଖାଦ୍ୟ ପ୍ରସ୍ତୁତ କରିବାର ସାମର୍ଥ୍ୟ ରହିଛି। ବିଶେଷ କରି ଦିନରେ 1,00,000 ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇପାରେ। ପ୍ରତ୍ୟେକ ରୋଷେଇଘରରେ ଖାଦ୍ୟ ନିରାପତ୍ତା ପରିଚାଳନା ପ୍ରଣାଳୀ ବ୍ୟବହାର କରି ସୁରକ୍ଷିତ ଭାବରେ ଖାଦ୍ୟ ନେବା ଆଣିବା, ପ୍ରସ୍ତୁତି ଓ ଖାଦ୍ୟ ପହଞ୍ଚାଇବା କାର୍ଯ୍ୟ ସମ୍ପାଦନ ସୁନିଶ୍ଚିତ କରାଯାଇଥାଏ।
ଅତ୍ୟନ୍ତ ଯାନ୍ତ୍ର୍ରିକ ୟୁନିଟଗୁଡିକ ବ୍ୟବହାର କରି Akshaya Patra ଖାଦ୍ୟ ସହିତ ମଣିଷମାନେ ସିଧାସଳଖ ସଂସ୍ପର୍ଶରେ ଆସିବାକୁ ହ୍ରାସ କରି ପରିଚ୍ଛନ୍ନତାର ସର୍ବୋଚ୍ଚ ସ୍ତର ହାସଲ କରିବାକୁ ସମର୍ଥ ହୋଇଛି। ଖାଦ୍ୟ ପ୍ରସ୍ତୁତ ହେବା ପରେ, ଏହି ଖାଦ୍ୟକୁ ଷ୍ଟେନଲେସ ଷ୍ଟିଲ ପାତ୍ରରେ ଭରି ଦିଆଯାଇ ପ୍ୟାକ କରାଯାଇଥାଏ ଏବଂ କନଭେୟର ବେଲ୍ଟ ମାଧ୍ୟମରେ ପରିବହନ କରି ଚାହିଦା ଅନୁଯାୟୀ ପ୍ରସ୍ତୁତ ଖାଦ୍ୟ ବଣ୍ଟନ ଯାନରେ ଲୋଡ କରାଯାଇଥାଏ, ସେଠାରୁ ହିତାଧିକାରୀ ବିଦ୍ୟାଳୟଗୁଡିକୁ ନିଆଯାଇଥାଏ।
The Akshaya Patra Foundation © 2015 Website Designed & Maintenance By Creative Yogi
