ପରିଚାଳନା
Akshaya Patra ର ପରିଚାଳନା ଦର୍ଶନ କହିଲେ କେତେକ ନୀତି ନିୟମ ଏବଂ ଉତ୍ତମ କାର୍ଯ୍ୟ ବିଧିକୁ ବୁଝାଏ, ଯାହାକି ଅନୁଷ୍ଠାନକୁ ସୂଚାରୁ ରୂପରେ ନୈତିକ ଢ଼ଙ୍ଗରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏବଂ ଏହାର ଅଂଶୀଦାରମାନଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବା ପାଇଁ ସମର୍ଥ କରିଥାଏ।
ଏହି Akshaya Patra ପ୍ରତିଷ୍ଠାନରେ ଆମ୍ଭେମାନେ ବିଶ୍ୱାସ କରୁ ଯେ, ଶ୍ରେଷ୍ଠ ପ୍ରଶାସନିକ ବିଧି ଆମକୁ ବ୍ୟାପକ ସଫଳତା ଆଣିଦେବ। ଆମ୍ଭେମାନେ ମଧ୍ୟ କେବଳ ଲାଭଜନକ ଅନୁଷ୍ଠାନ ଭାବରେ ବିଶ୍ୱ ଶ୍ରେଣୀୟ ହେବାକୁ ଚାହୁଁନା, ବରଂ ତାହା ସହିତ ମଧ୍ୟ ବିଶ୍ୱସ୍ତରୀୟ ପ୍ରଶାସନିକ ଆଦର୍ଶ ପାଳନ କରିବାକୁ ଚାହୁଁ।
ଆମର ସୁପରିଚାଳନା ବିଧି ଟ୍ରଷ୍ଟିସିପ୍ର ସଂସ୍କାରକୁ ପ୍ରତିଫଳିତ କରେ, ଯାହାକି ଗଭୀର ଭାବରେ ଆମର ମୂଲ୍ୟବୋଧ ପ୍ରଣାଳୀରେ ନିମଜ୍ଜିତ ହୋଇରହିଛି। ଆମର ମୁଖ୍ୟ ଦର୍ଶନ 4ଟି ମୌଳିକ ନୀତି ଉପରେ ଆଧାରିତ:
-
ପ୍ରତିଷ୍ଠାନ ଓ ଅଂଶୀଦାରମାନଙ୍କ ପ୍ରତି ବୋର୍ଡର ଉତ୍ତରଦାୟିତ୍ୱ
-
ସମସ୍ତ ଅଂଶୀଦାରଙ୍କ ସହିତ ସମାନ ଆଚରଣ
-
ବୋର୍ଡ ଦ୍ୱାରା କୌଶଳପୂର୍ଣ୍ଣ ମାର୍ଗଦର୍ଶନ ଏବଂ ପ୍ରଭାବଶାଳୀ ତତ୍ତ୍ୱାବଧାନ
-
ସ୍ୱଚ୍ଛତା ଏବଂ ଠିକ୍ ସମୟରେ ପରିପ୍ରକାଶ
ଏହି ଦର୍ଶନ ସହିତ Akshaya Patra ପ୍ରତିଷ୍ଠାନ କ୍ରମାଗତ ଭାବରେ ଉତ୍ତମ ପ୍ରଶାସନିକ ବିଧି ଗ୍ରହଣ କରିବା ମାଧ୍ୟମରେ ଉତ୍କର୍ଷତା ହାସଲ କରିବା ପାଇଁ ଉଦ୍ୟମରତ।
ଏକ ସଫଳ ଜନସାଧାରଣ- ଘରୋଇ ଅଂଶୀଦାରୀ
ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କର ସହଭାଗିତାରେ ଆୟୋଜନ କରାଯାଉଛି। ସେମାନେ ଆମକୁ ସଫଳତାର ସହ ମଧ୍ୟାହ୍ନଭୋଜନ ଯୋଜନା ପରିଚାଳନା କରିବା ପାଇଁ ଖାଦ୍ୟ ଶସ୍ୟ ଓ ଟଙ୍କା ସବସିଡି ବା ରିହାତି ପ୍ରଦାନ କରି ସହଯୋଗ କରୁଛନ୍ତି। ଏହା ସହିତ କର୍ପୋରେଟ ହାଉସଗୁଡିକ ଏବଂ ଦାତା ବ୍ୟକ୍ତିମାନେ ମଧ୍ୟ ସେମାନଙ୍କର ବଦାନ୍ୟ ସହଯୋଗ ପ୍ରଦାନ କରିଆସୁଛନ୍ତି।
The Akshaya Patra Foundation © 2015 Website Designed & Maintenance By Creative Yogi
